ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ଼୍ୟାବଳୀ

ଜିଲ୍ଲା ସଂସ୍କୃତି ପରିଷଦ ଗଠନ କରାଯ଼ାଇ ଜିଲ୍ଲା ସଂସ୍କୃତି କାର୍ଯ଼୍ୟାଳୟ ଏହି ଜିଲ୍ଲାରେ୧୯୯୪ ମସିହାରୁ କାର୍ଯ଼୍ୟ କରୁଅଛି । ବର୍ତ୍ତମାନ ଏହି ବିଭାଗର ଦାୟିତ୍ୱରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରହିଛନ୍ତି । ଏହି ବିଭାଗ ଦ୍ୱାରା ପଠାଣି ସାମନ୍ତ ସଂସ୍କୃତି ଭବନ ତିଆରି ହୋଇ ୨୦୧୨ ମସିହାରୁ କାର୍ଯ଼୍ୟ କରୁଅଛି । ଏହି ସଂସ୍କୃତି ଭବନ ଦ୍ୱାରା ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ଼୍ୟକ୍ରମ ଗୁଡିକ ଅନୁଷ୍ଠିତ ହେଉଅଛି । ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲ୍ଲାପାଳ ଏହାର ଉପାଧ୍ୟକ୍ଷ ଅଟନ୍ତି ।ଏହି ବିଭାଗ ଦ୍ୱାରାଏକ ପାଠାଗାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସୂଚନା କେନ୍ଦ୍ର ତଥା ପାଠାଗାର ସହିତ ପରିଚାଳିତ ହେଉଛି ।ଏହି ବିଭାଗ ଦ୍ୱାରା ରାଜା ରାମମୋହନ ଫାଉଣ୍ଡେସନ ଦ୍ୱାରା ପ୍ରାପ୍ତ ବିଭିନ୍ନ ପୁସ୍ତକ ଗୁଡିକ ଜିଲ୍ଲାରେ ଥିବା ରେଜେଷ୍ଟ୍ରିଭୁକ୍ତ ପାଠାଗାର ଗୁଡିକ ପ୍ରଦାନ କରାଯ଼ାଉଅଛି । ଏହିବିଭାଗ ଦ୍ୱାରା ରାଜ୍ୟପାଳ ଟ୍ରଫି, ମୁଖ୍ୟମନ୍ତ୍ରୀ ଟ୍ରଫିର ପ୍ରତିଯ଼ୋଗିତା କରାଯ଼ାଉଅଛି । ଜୟଦେବ ଜୟନ୍ତୀ, ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ, ଜିଲ୍ଲା ଲୋକ କଳା ଉତ୍ସବ, ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ, ଜିଲ୍ଲା ମହୋତ୍ସବ ମଧ୍ୟ ପ୍ରତିବର୍ଷ ପାଳନ କରାଯ଼ାଉଅଛି । ଜିଲ୍ଲାରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାଂସ୍କୃତିକ ଆର୍ଥିକ ସହାୟତା ଜିଲ୍ଲା ସଂସ୍କୃତି ପରିଷଦ ମାଧ୍ୟମରେ ପ୍ରଦାନ କରାଯ଼ାଉଅଛି ।

ପାରମ୍ପରିକ ଲୋକକଳା ଗୁଡିକୁ ବିଲୁପ୍ତିରୁ ସୁରକ୍ଷା ଏବଂ କଳାକାର ମାନଙ୍କୁ ବିଭିନ୍ନ କାର୍ଯ଼୍ୟକ୍ରମ ଜରିଆରେ ଆତ୍ମନିର୍ଭରଶୀଳ କରାଇବା ସହିତ ସେମାନଙ୍କର ପ୍ରତିଭାର ପ୍ରସାର ପାଇଁ ଉଦ୍ୟମ କରାଯ଼ାଉଅଛି । ଏଥିପାଇଁ ଜିଲ୍ଲାରେ ଏକ ଜିଲ୍ଲା କଳା ସଂସ୍କୃତି ସଂଘ ଗଠନ କରାଯ଼ାଇଛି । ବ୍ଲକରେ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରାଯ଼ାଇଛି । ଜିଲ୍ଲା କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ଜିଲ୍ଲାପାଳ ଅଟନ୍ତି । ଜିଲ୍ଲା କଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ଜଣେ ବରିଷ୍ଠ କଳାକାର ମନୋନୀତ ହୋଇଥାନ୍ତି । ଏହିପରି ବ୍ଲକରେ ମଧ୍ୟ ବ୍ଲକ କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ବିଡିଓ ଅଟନ୍ତି। ସେହିପରି ପ୍ରତ୍ୟେକ ବ୍ଲକ କଳା ସଂସ୍କୃତି ସଂଘର ଜଣେ କଳାକାର ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥାନ୍ତି ।ଏହି ଉପାଧ୍ୟକ୍ଷମାନଙ୍କର କାର୍ଯ଼୍ୟକାଳ ମାତ୍ର ତିନିବର୍ଷ।ଉପାଧ୍ୟକ୍ଷମାନେ କଳାକାରମାନଙ୍କର ନାମ ପଂଜୀକୃତ କରାଇବା , ବିଭିନ୍ନ ସାଂସ୍କୃତିକ କାର୍ଯ଼୍ୟକ୍ରମ କରାଇବାରେ ବିଡିଓଙ୍କ ସହିତ ସହଯ଼ୋଗ କରିଥାନ୍ତି. କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ସରକାରଙ୍କର ବିଭିନ୍ନ ଯ଼ୋଜନାଗୁଡିକୁ ପ୍ରସାର ପ୍ରଚାର କରାଯ଼ାଉଛି । ବରିଷ୍ଠ କଳାକାରମାନଙ୍କୁ କଳାକାର ଭତ୍ତା ମଧ୍ୟ ଯ଼ୋଗାଇ ଦିଆଯ଼ାଉଛି । ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତାପ୍ରଦାନ କରାଯ଼ାଉଅଛି । ଓଡିଆ ଭାଷାର ଅଭିବୃଦ୍ଧି ଓ ବିକାଶ ପାଇଁ ପ୍ରୟାସ କରାଯ଼ାଉଅଛି ।ଏହି ବିଭାଗ ଦ୍ୱାରା ବିଭିନ୍ନ ଜିଲ୍ଲାର ଲୋକ ମହୋତ୍ସବ ପାଇଁ ସାଂସ୍କୃତିକ ଦଳ ମଧ୍ୟ ପ୍ରେରଣ କରାଯ଼ାଉଅଛି ।