ନ୍ୟାୟାଳୟ ନୟାଗଡ

ନୟାଗଡ ରାଜସ୍ୱ ଜିଲ୍ଲାର ସମସ୍ତ ଭୌଗଳିକ କ୍ଷେତ୍ରକୁ ନେଇ ନୟାଗଡ ନ୍ୟାୟାଧୀଶ ପଦ ଗଠିତ । ୧୯୯୩ ମସିହାରେ ନୟାଗଡ ରାଜସ୍ୱ ଜିଲ୍ଲାଟି ସମୂର୍ଣ୍ଣ ରୂପେ ପୁରୀ ଜିଲ୍ଲା ଠାରୁ ଅଲଗା ହୋଇଥିଲା । ଯଦିଓ ରାଜସ୍ୱ ଜିଲ୍ଲା ଭାବେ ନୟାଗଡ ଜିଲ୍ଲା ପୁରୀ ଠାରୁ ଅଲଗା ହୋଇଥିଲା, କିନ୍ତୁ ଜିଲ୍ଲା ନ୍ୟାୟାପାଳିକା ୨୦୧୧ ମସିହା ପର୍ଯ୍ୟନ୍ତ ପୁରୀ ସହିତ ମିଶି କରି ରହିଥିଲା । ଯାହାହେଉ, ପୁରୀ ଜିଲ୍ଲା ନ୍ୟାୟପାଳିକା ଠାରୁ ନୟାଗଡ ଜିଲ୍ଲା ନ୍ୟାୟାଧୀଶ ପଦଟି ତା. ୦୮.୦୭.୨୦୧୧ ରିଖ ରେ ଉତ୍ପତି ହୋଇଥିଲା । ମନ୍ୟବର ନ୍ୟାୟାଧୀଶ ଶ୍ରୀ ପି. କେ. ମହାନ୍ତି, ଓଡିଶା ଉଚ୍ଚ ନ୍ୟାୟାଳୟ, କଟକଙ୍କ କର କମଳରେ ଏହା ଉଦ୍ ଘାଟିତ ହୋଇଥିଲା ।

ଏହି ଜିଲ୍ଲାଟି ସଦା ସର୍ବଦା ପରମ୍ପରା, ଐତିହ୍ୟ, ସଂସ୍କୃତି, ସନ୍ତୁଳିତ ପରିବେଶ ଓ ଅଦ୍ୱିତୀୟ ସାମାଜିକ ପରମ୍ପରା ରେ ପରିପୂର୍ଣ୍ଣ । ନୟାଗଡ ଜିଲ୍ଲର ମୁଖ୍ୟ କାଯ୍ୟାଳୟ,ନୟାଗଡ ସହର ଠାରେ ଅବସ୍ଥିତ । ଏହି ସହରଟି ରାଜ୍ୟ ରାଜଧାନୀ ଠାରୁ ମାତ୍ର ୯୦ କି.ମି. ଏବଂ କଟକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ଠାରୁ ୧୨୦ କି. ମି. ଦୂରତାରେ ଅବସ୍ଥିତ । ଭୌଗଳିକ ଅବସ୍ଥିତ ଦୃଷ୍ଟିକୋଣରୁ ନୟାଗଡ ଜିଲ୍ଲାର ଉତ୍ତରରେ କଟକ, ପଶ୍ଚିମରେ କନ୍ଧମାଳ, ଦକ୍ଷିଣରେ ଗଞ୍ଜମ ଓ ପୂର୍ବରେ ଖୋର୍ଦ୍ଧା ଜିଲ୍ଲା ଦ୍ୱାରା ପରିବେଷ୍ଟିତ ଅଟେ । ୫୭ ନଂ ଜାତୀୟ ରାଜପଥ ନୟାଗଡ ଜିଲ୍ଲାର ହୃଦୟ ଚିରି ରାଜ୍ୟ ରାଜଧାନୀ ସହ ସଂଯୁକ୍ତ କରିଅଛି ଯାହାକି ଜିଲ୍ଲାର ମୁଖ୍ୟ ଧମନୀ ସଦୃଶ ଅନ୍ୟ ରାଜପଥ ତଥା ଜିଲ୍ଲା ସଡକଗୁଡିକୁ ସମ୍ପୂର୍ଣ୍ଣ ରୂପେ ସଂଯୋଗ କରୁଅଛି ।

ଜିଲ୍ଲା ନ୍ୟାୟ ପାଳିକର ମୁଖ୍ୟ କାର୍ଯ୍ୟାଳୟଟି ନୟାଗଡ ସହରରେ ଦୁଇଟି ଭିନ୍ନ ସ୍ଥାନରେ ଚାଲୁଅଛି ; ଯଥା ପୁରୁଣା ସିଭିଲ୍ କୋର୍ଟ କମ୍ପ୍ଳେକ୍ସ ଯାହାକି ମୁଖ୍ୟ ଟ୍ରାଫିକ୍ ଛକ ଠରେ ଅବସ୍ଥିତ ଏବଂ ଜିଲ୍ଲା କୋର୍ଟ କମ୍ଫ୍ଳେକ୍ସ, ଯାହାକି ନୟାଗଡ –ଖଣ୍ଡପଡା ରାସ୍ତାର ବାମ ପାର୍ଶ୍ୱରେ ଅବସ୍ଥିତ।
ଜିଲ୍ଲାର ଭୌଗଳିକ ଅବସ୍ଥିତ ତଥା ବିଭିନ୍ନ ସ୍ଥାନର ଦୂରତାକୁ ଲକ୍ଷ କରି ଏବଂ ଜନ ସାଧାରଣଙ୍କ ଗୃହ ସମ୍ମୁଖରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଖଣ୍ଡପଡା, ରଣପୁର, ଦଶପଲ୍ଲା ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ କାର୍ଯ୍ୟ କରୁଅଛି । ପାରିବାରିକ ସମାସ୍ୟାର ସମାଧାନ ପାଇଁ ପରିବାର ଅଦାଲତ ଓ ମହିଳା ମାନଙ୍କୁ ନ୍ୟାୟ ଦେବାପାଇଁ ସ୍ୱତନ୍ତ୍ର ମହିଳା ଅଦାଲତ, ନୟାଗଡ ଠାରେ କାର୍ଯ୍ୟ କରିଅଛି । ଏପରିକି ନୟାଗଡ ଜିଲ୍ଲାର ଓଡଗାଁ ଠାରେ ଗ୍ରାମ ନ୍ୟାୟାଳୟ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ କାର୍ଯ୍ୟ ହେଉଅଛି ।