ଜିଲ୍ଲା ନିୟୋଜନ କାର୍ଯ଼ାଳୟ, ନୟାଗଡ଼

ତାରିଖ ୦୬.୦୪.୧୯୯୩ ରେ ନୂତନ ଭାବେ ନୟାଗଡ଼ ଜିଲ୍ଲା ଗଠନ ହେବାଠାରୁ ଜିଲ୍ଲା ନିୟୋଜନ କାର୍ଯ଼୍ୟାଳୟ କାର୍ଯ୍ୟକରି ଆସୁଛି । ଏହା ରାଜସ୍ଵ ଜିଲ୍ଲାର ୮ ଗୋଟି ତହସିଲ  ଏବଂ ୮ ଗୋଟି ମଣ୍ଡଳକୁ ନେଇ କାର୍ଯ଼୍ୟ କରୁଅଛି ।

ପ୍ରଶାସନିକ ବ୍ୟବସ୍ଥା:-

ଜିଲ୍ଲା ନିୟୋଜନ କାର୍ଯ଼ାଳୟ ମୂଖ୍ୟ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସହିତ ସହଯୋଗ କରିବା ପାଇଁ ମୂଖ୍ୟ କିରାଣୀ, ବରିଷ୍ଠ କିରାଣୀ, ଏବଂ ଉପ ଅଧିନସ୍ଥ କର୍ମଚାରୀ ନିୟୋଜିତ ଅଛନ୍ତି ଏମାନଙ୍କ ମଧ୍ୟରୁ ବରିଷ୍ଠ କିରାଣୀ ଏବଂ ଉପ ଅଧିନସ୍ଥ କର୍ମଚାରୀ ପଦବୀ ଖାଲି ଅଛି ।

ଶ୍ରୀଯୁକ୍ତ ଦୁର୍ଗା ଚରଣ ଦାସ, ଓ.ଇ. ଏସ ତା. ୩୦.୧୧.୨୦୧୭ ଠାରୁ ଜିଲ୍ଲା ନିୟୋଜନ ଅଧିକାରୀ ଭାବରେ କାର୍ଯ୍ୟ କରୁ ଅଛନ୍ତି ।

କାର୍ଯ଼୍ୟକଳାପ:-

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବିଭିନ୍ନ ପ୍ରକାର କାର୍ଯ଼୍ୟକଳାପ କରୁଅଛି ତାହା ନିମ୍ନରେ ଉଲ୍ଲେଖ କରାଗଲା।

ନିୟୋଜନ ସମ୍ପର୍କିତ କାର୍ଯ୍ୟ:-

ନାମ ପଞ୍ଜିକରଣ :-

ପ୍ରାଥୀ ଓ ପ୍ରାର୍ଥନୀ ମାନଙ୍କର ନାମ ପଞ୍ଜୀକରଣ ସଂସାଧିତ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରିତ (ଅନ ଲାଇନ) ଦ୍ଵାରା ଏହି କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ ହୋଇଥାଏ । ଏହି ଜିଲ୍ଲାର ପ୍ରାଥୀ ଓ ପ୍ରାର୍ଥୀନୀ ମାନେ ସେମାନଙ୍କର ଆବଶ୍ୟକ ଦସ୍ତାବିତ ସହିତ ଏହି କାର୍ଯ଼୍ୟାଳୟରେ ଉପସ୍ଥିତ ରହି ସେମାନଙ୍କର ପଞ୍ଜୀକରଣ ପତ୍ର ଦିଆଯାଇ ଥାଏ । ଏହି କାର୍ଯ଼୍ୟାଳୟରେ ନାମ ପଞ୍ଜୀକରଣ କରିଥିବା ସର୍ବମୋଟ ପ୍ରାଥୀ ଓ ପ୍ରାର୍ଥୀନୀ ମାନଙ୍କର ସଂଖ୍ୟା ନିମ୍ନ ପ୍ରକାରେ ସଂଯ଼ୁକ୍ତ ୧ ରେ ଉପସ୍ଥାପିତ କରାଗଲା ।

ପଞ୍ଜୀକରଣ ସ୍ଥାନାନ୍ତର ଓ ପ୍ରତିବନ୍ଧକ ଦୂରୀକରଣ:-

ଯେଉଁ ପ୍ରାଥୀ ପ୍ରାର୍ଥୀନୀ ଉଚ୍ଚତର ଶିକ୍ଷା ପ୍ରାପ୍ତି କରିଛନ୍ତି କିମ୍ବା ଅନ୍ୟ ଜିଲ୍ଲାରେ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ସେମାନେ ଉକ୍ତ କାର୍ଯ଼୍ୟାଳୟରେ ଦରଖାସ୍ତ ଦେଇ ସ୍ଥାନାନ୍ତର ଓ ପ୍ରତିବନ୍ଧକ ଦୂରୀକରଣ ପ୍ରମାଣପତ୍ର ନେଇ ରାଜ୍ୟ ନିଯୋଜନ କାର୍ଯ଼୍ୟାଳୟରେ ନାମ ପଞ୍ଜୀକରଣ କରି ପାରିବେ ।

ଶୂନ୍ୟସ୍ଥାନ ଉପସ୍ଥାପକ:-
 

ଉକ୍ତ କାର୍ଯ଼୍ୟାଳୟରେ ସ୍ଥାନୀୟ ନିଯ଼ୁକ୍ତ ଦାତା କିମ୍ବା ଜିଲ୍ଲା ବାହାର ନିଯ଼ୁକ୍ତ ଦାତା ଏବଂ ରାଜ୍ୟ ବାହାରର ନିଯ଼ୁକ୍ତି ଦାତା କରିଥିବା ବିଜ୍ଞାପିତ ଶୂନ୍ୟସ୍ଥାନ ବିପକ୍ଷରେ ପ୍ରାର୍ଥୀ ପ୍ର।ଥିନୀ ମାନଙ୍କ ନାମ ଉକ୍ତ ନିଯ଼ୁକ୍ତି ଦାତାଙ୍କ ନିକଟକୁ ପ୍ରେରଣା କରାଯାଇଥାଏ ।

 ନିୟୋଜନ ବଜାର ବିବରଣୀ କାର୍ଯ଼୍ୟକଳାପ :-

ଏହି କାର୍ଯ଼୍ୟାଳୟ ସମସ୍ତ ନିଯୁକ୍ତି ଦାତାଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ଅଟେ ।
ଏହା ରାଜ୍ୟ ସରକାର, ରାଜ୍ୟସରକାର ପ୍ରାୟ, କେନ୍ଦ୍ର ସରକାର , କେନ୍ଦ୍ର ସରକାର ପ୍ରାୟ ଏବଂ ବେସରକାରୀ ସଂସ୍ଥା ଅନ୍ତର୍ଭୁକ୍ତ ଅଟନ୍ତି ।ଉପଭୁକ୍ତ ପରିଚାଳନା ନିମନ୍ତେ ଉପରୋକ୍ତ ନିଯ଼ୁକ୍ତି ଦାତା ସେମାନଙ୍କ କାର୍ଯ୍ୟାଳୟରେ ନିଯୋଜିତ କର୍ମଚାରୀ ଙ୍କ ସଂଖ୍ୟା ପ୍ରଦାନ କରିଥାନ୍ତି । ଏହି ତଥ୍ୟଗୁଡିକ ପରିସଂଖ୍ୟାକ ନିମନ୍ତେ ମହା-ନିର୍ଦ୍ଦେଶକ ନିଯ଼ୁକ୍ତ ଓ ତାଲିମ କାର୍ଯ଼୍ୟାଳୟ , ନିୟୁ ଦିଲ୍ଲୀ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରେରଣ କରାଯାଇଥାଏ ରାଷ୍ଟ୍ରୟତ୍ତ କ୍ଷେତ୍ର ର ସମସ୍ତ ନିଯ଼ୁକ୍ତିଦାତା ଏବଂ ଘରୋଇ କ୍ଷେତ୍ର କେବଳ ଯ଼େଉଁଥିରେ୨୫ରୁ ଅଧିକ କର୍ମଚାରୀ କାର୍ଯ଼୍ୟ କରୁଛନ୍ତି ସେମାନଙ୍କ ଠାରୁ ବିଧିବଦ୍ଧ ତ୍ରୟମାସିକ ବିବରଣର ସଙ୍କଳନ ଫର୍ମ ଇ.ଆର-I ଏବଂ ଦ୍ଵେ ବାର୍ଷିକ ବିବରଣର ସଙ୍କଳନ ଫର୍ମ ଇ.ଆର-II ରେ ସ୍ଥାନୀୟ ନିୟୋଜନ କାର୍ଯ୍ୟାଳୟକୁ ପ୍ରଦାନ କରିଥାନ୍ତି । ଏହି ତଥ୍ୟ ଦୃଢୀକରଣ  ପାଇଁ ରାଜ୍ୟ ନିୟୋଜନ ବଜାର ବିବରଣୀ ଗୋଷ୍ଠିକୁ ଓ ମାନବ ସମ୍ବଳ ପ୍ରସ୍ତୁତି ପରୀକ୍ଷଣ ନିମନ୍ତେ ଉପରିସ୍ଥ ଅଧିକାରୀ ଭାରତ ସରକାରଙ୍କ ର ଶ୍ରମ ମନ୍ତ୍ରୀଙ୍କ କାର୍ଯ଼୍ୟାଲୟ ଏବଂ ମହା ନିର୍ଦ୍ଦେଶକ ନିଯ଼ୁକ୍ତି ଓ ତାଲିମ କାର୍ଯ଼୍ୟାଳୟ ନୂଆଦିଲ୍ଲୀକୁ ପ୍ରେରଣା କରାଯ଼ାଇଥାଏ ।

ଅଧିନିୟମ ୧୯୬୯ ଆନୁସାରେ (ବାଧ୍ୟତା ମୂଳକ ଗ୍ୟାଲିସ୍ଥାନ ବିଜ୍ଞପ୍ତି) ସମସ୍ତ ନିଯ଼ୁକ୍ତି ଦାତାଙ୍କ ବିବରଣୀ ଏହି କାର୍ଯ଼୍ୟାଳୟ ପରିସର ଅନ୍ତର୍ଭୁକ୍ତ ଏବଂ ନିଯ଼ୁକ୍ତିର ଅନିୟୋମିତତାର ତଥ୍ୟ ସଂଗ୍ରହ ଓ ପର୍ଯ଼୍ୟବେକ୍ଷଣ ଏବଂ ଚିହ୍ନଟ ପ୍ରକ୍ରିୟା ତା ସହିତ ବର୍ତ୍ତମାନ କର୍ମଚାରୀ ବିବରଣୀ ଓ ନିଯ଼ୁକ୍ତିର ଅବସ୍ଥାନ ନିଯ଼ୁକ୍ତିର ପ୍ରକୃତ ଖାଲିଥିବା ଅବସ୍ଥାନ ଏବଂ ବିଜ୍ଞାପନ ଓ ସେହିପରି ଯ଼ଦି କିଛି ଗଚ୍ଛିତ ଖାଲିଥିବା ଶ୍ରେଣୀ, ସ୍ଥାପନ ବିବରଣୀ ନିୟମିତ ପର୍ଯ଼୍ୟବେକ୍ଷଣ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ଦ୍ୱାରା କରାଯ଼ାଇଥାଏ ।

 ଦକ୍ଷତା ବିକାଶ କାର୍ଯ଼୍ୟକଳାପ.

ବର୍ତ୍ତମାନ ଦକ୍ଷତା ବିକାଶ କାର୍ଯ଼୍ୟକ୍ରମ ନିୟୋଜନ କାର୍ଯ଼୍ୟାଳୟର ମୂଖ୍ୟ କାର୍ଯ଼୍ୟ ଅଟେ।  ଏଥିପାଇଁ ଏକ କାର୍ଯ଼୍ୟନିର୍ବାହୀ ସଂସ୍ଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ରାଜ୍ୟସ୍ତରରେ ଅଛି  ଜିଲ୍ଲା ସ୍ତରରେ ଜିଲ୍ଲା ଦକ୍ଷତା ବିକାଶ ସଂସ୍ଥା କାର୍ଯ଼୍ୟ କରୁଛି।  ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ଅଟନ୍ତି । ଏହା ଅନେକ ଗୁଡିଏ କାର୍ଯ଼୍ୟକ୍ରମ ଜିଲ୍ଲାସ୍ତରରେ ଆୟୋଜନ କରିଥାଏ।

ନିଯ଼ୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ଼୍ୟକ୍ରମ.

ଏହି ଜିଲ୍ଲାରେ ନିଯ଼ୁକ୍ତି ଭିତ୍ତିକ କାର୍ଯ଼୍ୟକ୍ରମ ଉତ୍ତମ ଭାବରେ ଚାଲୁଅଛି. ଏଠାରେ ତିନିଗୋଟି ପ୍ରଶିକ୍ଷଣ କେନ୍ଦ୍ର ଅଛି। ସେଗୁଡିକ ଶିଳ୍ପସଂସ୍ଥା, ପ୍ରଶିକ୍ଷଣ ପରିସର ଖଣ୍ଡପଡାରେ ଏସ୍ ଏସ୍ ପି ଏଲ୍ ଆଇ ଏକ ଏସ୍ ଡି.ଇସି ସରକାରୀ ଶିଳ୍ପସଂସ୍ଥା ପ୍ରଶିକ୍ଷଣ ପରିସର ଖୁଣ୍ଟୁବନ୍ଧରେ ଚାଲୁଅଛି ଏବଂ ଆଇ.ଏଲ୍.ଏଣ୍ଡ ଏଫ ଏସ୍ ଓ ଦକ୍ଷତା ବିକାଶ କେନ୍ଦ୍ର ଏସ୍ ଏସ୍ ପି. ଏଲ୍ ପୁରାତନ ସହର ନୟାଗଡଠାରେ ଚାଲୁଅଛି।  ଚଳିତ ବର୍ଷ ପ୍ରାୟ ୭୦୦, ପ୍ରାର୍ଥୀ ପ୍ରାର୍ଥୀନୀ ଏହି ଜିଲ୍ଲାରେ ପ୍ରଶିକ୍ଷଣ ପାଇଛନ୍ତି।

 ପ୍ରାକ ନିଯ଼ୁକ୍ତି ଭିତ୍ତିକ ତାଲିମ.
 

ଏହି କାର୍ଯ଼୍ୟକ୍ରମଟି ନିୟୋଜନ କାର୍ଯ଼୍ୟାଳୟର ମୂଖ୍ୟ କାର୍ଯ଼୍ୟକ୍ରମ ଅଟେ। ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ସୈନ୍ୟ ବିଭାଗରେ ନିଯ଼ୁକ୍ତି ପାଇବା ପାଇଁ ପ୍ରାଥମିକ ସ୍ତରରେ ନିଯ଼ୁକ୍ତି ସମ୍ୱଦ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରି ପ୍ରସ୍ତୁତି କରାଯ଼ାଏ। ଏଠାରେ ପନ୍ଦର ଦିନ ପ୍ରଶିକ୍ଷଣ ଶିବିର କରି ପ୍ରାର୍ଥୀ, ପ୍ରାର୍ଥୀନୀମାନଙ୍କୁ ଉଚ୍ଚ କର୍ମଚାରୀମାନଙ୍କ ଦ୍ୱାରା ନବନ୍ଧନ କରନ୍ତି । ଏହି କାର୍ଯ଼୍ୟାଳୟ ଏହି ବର୍ଷ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ପ୍ରାକ୍ ନିଯ଼ୁକ୍ତି ସମ୍ୱଦ୍ଧୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯ଼ାଇଥିଲା। ପ୍ରାର୍ଥୀ ପ୍ରାର୍ଥୀନୀମାନେ ମନୋନୟନ ହେବାପରେ ଏଠାରେ ପ୍ରଶିକ୍ଷଣ ନିଅନ୍ତି ।

 ମଣ୍ଡଳସ୍ତରୀୟ ପରାମର୍ଶ ଶିବିର.

ଜିଲ୍ଲା ପ୍ରଶାସନଙ୍କ ସହାୟତାରେ କାର୍ଯ଼୍ୟ ନିର୍ବାହୀ ସଂସ୍ଥାଙ୍କ ଉପସ୍ଥିତିରେ (ପି.ଆଇ.ଏ.ଏସ୍) ଏହି ଜିଲ୍ଲାରେ ପ୍ରତିବର୍ଷ ମଣ୍ଡଳ ସ୍ତରୀୟ ପରାମର୍ଶ ଶିବିର ଆୟୋଜନ କରାଯ଼ାଇଥାଏ । ଏହି ବର୍ଷ ଜିଲ୍ଲାର ସମସ୍ତ ମଣ୍ଡଳଠାରେ ପରାମର୍ଶ ଶିବିର ଆୟୋଜନ କରାଯ଼ାଇଥିଲା । ଏହି ଶିବିରରେ ସର୍ବମୋଟ ଏକ ହଜାରରୁ ଉର୍ଦ୍ଦ ପ୍ରାର୍ଥୀ ପ୍ରାର୍ଥୀନୀମାନେ ଯ଼ୋଗ ଦେଇଥିଲେ. । ସେମାନଙ୍କ ମଧ୍ୟରୁ ୮୭୨ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କୁ ନିଯ଼ୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ଼୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ପରାମର୍ଶ ଦିଆଯ଼ାଇଥିଲା ।

ନିଯ଼ୁକ୍ତି ମେଳା ଆୟୋଜନ.
 

ଏହି ନିଯ଼ୁକ୍ତିମେଳା ମାଧ୍ୟମରେ ପ୍ରତ୍ୟେକ ବର୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କୁ ଚୟନ କରାଯ଼ାଏ । ସେମାନଙ୍କୁ ବେସରକାରୀ ପ୍ରତିଷ୍ଠାନ ମାନଙ୍କରେ ନିଯ଼ୁକ୍ତି ଦିଆଯ଼ାଏ ଏବଂ ବାହାର ଜିଲ୍ଲା ଓ ଏହି ଜିଲ୍ଲାରେ ଚାଲୁଥିବା ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେବା ନିମନ୍ତେ ପରାମର୍ଶ ଦିଆଯ଼ାଏ । ଚଳିତ ବର୍ଷ ତିନିଗୋଟି ନିଯ଼ୁକ୍ତି ମେଳା ଆୟୋଜନ କରାଯ଼ାଇଥିଲା । ତାହା ନୟାଗଡ ଜିଲ୍ଲାରେ ନୟାଗଡଠାରେ ତା.୨୬.୧୧.୨୦୧୭, ଓଡଗାଁଠାରେ ତା.୦୧.୦୨.୨୦୧୮ ଏବଂ ଖଣ୍ଡପଡାଠାରେ ତା.୦୨.୦୨.୨୦୧୮ ରେ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ, ଜିଲ୍ଲା ପ୍ରଶାସନିକ ନିଯ଼ୁକ୍ତି ଦାତାଙ୍କ ଉପସ୍ଥିତିରେ/ପ୍ରତ୍ୟକ୍ଷ ନିଯ଼ୁକ୍ତି ଦାତା/କାର୍ଯ଼୍ୟନିର୍ବାହୀ ସଂସ୍ଥାଙ୍କ ଉପସ୍ଥିତିରେ ଆୟୋଜନ କରାଯ଼ାଇଥିଲା । ଚଳିତ ବର୍ଷ ସର୍ବମୋଟ ୭୫୨ସଂଖ୍ୟକ ପ୍ରାର୍ଥୀ ପ୍ରାର୍ଥୀନୀ ନିଯ଼ୁକ୍ତି ଦାତାଙ୍କ ଦ୍ୱାରା ମନୋନିତ ହୋଇଥିଲେ. ଏବଂ ୯୨୦ଜଣ ପ୍ରାର୍ଥୀ ପ୍ରାର୍ଥୀନୀ ତାଲିମ ପ୍ରଦାନକାରୀ ସଂସ୍ଥା ଦ୍ୱାରା ମନୋନିତ ହୋଇ ପ୍ରଶିକ୍ଷଣ କାର୍ଯ଼୍ୟକ୍ରମରେ ଯ଼ୋଗ ଦେବାପାଇଁ ପରାମର୍ଶ ପାଇଲେ।

ଉପସ୍ଥିତ ନିଯ଼ୁକ୍ତି ଦାତାମାନଙ୍କର ବିବରଣୀ ନିମ୍ନରେ ସଂଯ଼ୁକ୍ତ କରାଗଲା.

  • ୧. ଆରଏସୱଏମ,ରାଜସ୍ଥାନ
  • ୨. ନାହର ଟେକ୍ସଟାଇଲ,ଭୋପାଳ
  • ୩. ଉତ୍କଳ ହେଲ୍ପଡେସ୍କ ସର୍ଭିସେସ ପ୍ରାଇଭେଟ ଲିମିଟେଡ
  • ୪. ହଋ ଉଦ୍ଯୋଗ ପ୍ରାଇଭେଟ ଲିମିଟେଡ
  • ୫.  ସ୍ପ୍ଲେଣ୍ଡିଡ ମେଡିକାଲ ସର୍ଭିସେସ
  • ୬. ଫିଉଚର ଆଇଦ ଗ୍ରୁପ
  • ୭. ସ୍ଵୋର୍ଡ ଓଡିଶା ହେଲ୍ଥ କେୟାର
  • ୮. ୟୁରେକା ଫୋର୍ବସ
  • ୯.ଓଏସଏଲ ସିକ୍ୟୁରିଟି
  • ୧୦.ଜି୪ଏସ  ସିକ୍ୟୁରିଟି ସର୍ଭିସେସ
  • ୧୧. ଇଣ୍ଡିଆନ ଏୟାର ଫୋର୍ସ
  • ୧୨. ପାୟିକ ସେଣ୍ଟି ନେଲ୍ସ ପ୍ରାଇଭେଟ ଲିମିଟେଡ
  • ୧୩.ପ୍ଲାନେଟ ସଲିଉଶନ
  • ୧୪.ଏଲ ଆଣ୍ଡ ଟି  ସର୍ଭିସେସ ପ୍ରାଇଭେଟ ଲିମିଟେଡ
  • ୧୫.ଏସବିଆଇ ଲାଇଫ ଇଂସୁରାନ୍ସ
  1. Click for Annexure-1 (40.67 KB)